ରାଉରକେଲା, ୨୧/୦୩: ସ୍ୱେରେଜ୍ ଟାଙ୍କି ଭିତରେ ଝୁଲିଛି ମଣିଷର କଟା ଗୋଡ଼। ସେକ୍ଟର-୧୬ ତୁମକେଲାରେ ଏକ ପାଣି ଟାଙ୍କିରେ ଝୁଲିଛି କଟା ଗୋଡ଼। ରଶିରେ ବନ୍ଧା ଅବସ୍ଥାରେ ଗୋଟିଏ କଟା ଗୋଡ଼ ଉଦ୍ଧାର କରାଯାଇଛି। କଟା ଗୋଡ଼ ଉଦ୍ଧାର କରି ତଦନ୍ତ କରୁଛି ସେକ୍ଟର ୧୫ ଥାନା ପୋଲିସ। ତେବେ ଏ କଟା ଗୋଡ଼ କାହାର, ଏଠାକୁ କିପରି ଆସିଲା ତାହା ଜଣାପଡ଼ିନାହିଁ।
ପ୍ରଥମେ ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ତାହାକୁ ଉଦ୍ଧାର କରି ତଦନ୍ତ ଚଳାଇଛି। କାହାକୁ ହତ୍ୟା କରାଯାଇ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ପୋଲିସ ସ୍ଥାନୀୟ ସିସିଟିଭି ଫୁଟେଜ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରାଉଚରା କରି ତଦନ୍ତ କରୁଛି।