ପୂର୍ବତନ‌ ପିସିସି ସଭାପତିଙ୍କୁ ହତ୍ୟା ଧମକ

‘ଭୁବନେଶ୍ୱର ଆସିଲେ ମାରିଦେବୁ’

ଭୁବନେଶ୍ୱର, ୨୧/୦୩: ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ। ଭୁବନେଶ୍ୱର ଆସିଲେ ମାରିଦେବୁ ବୋଲି ଧମକ ଆସିଛି। ଏନେଇ ଜୟଦେବ ଜେନା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ ଚଳାଇଛି।

ଏହାସହିତ ଜୟଦେବ ଜେନାଙ୍କ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏପିରିକି ଜୟଦେବ ଜେନାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଫୋନରେ ଗାଳିଗୁଲଜ କରିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସମାନ ଢଙ୍ଗରେ ୨୦୨୫ରେ ବି ଜୟଦେବଙ୍କୁ ଏଭଳି ହତ୍ୟା ଧମକ ମିଳିଥିଲା। ଜୟଦେବ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, କେନ୍ଦୁଝର ଏସ୍‌ପିଙ୍କୁ ମଧ୍ୟ ଅବଗତ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।