ହାଇଟେକ୍ ଡେଣ୍ଟାଲ କଲେଜରେ ବିଶ୍ୱ ମୁଖ ସ୍ବାସ୍ଥ୍ୟ ଦିବସ ପାଳିତ

ମାଗଣା ଦନ୍ତ ପରୀକ୍ଷଣ ଶିବିରର ଆୟୋଜନ

ଭୁବନେଶ୍ୱର, ୨୧/୦୩: ହାଇଟେକ୍ ଡେଣ୍ଟାଲ କଲେଜ୍ ଓ ହସପିଟାଲ୍ ପରିସରେ ବିଶ୍ୱ ମୁଖ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ମୁଖ ସ୍ୱଚ୍ଛତାର ଗୁରୁତ୍ୱ ଏବଂ ମୁଖ ରୋଗର ନିରାକରଣ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ୨୦୨୬ ବର୍ଷ ଅଭିଯାନର ଥିମ୍ ହେଉଛି “ଆନନ୍ଦମୟ ମୁଖ ହିଁ ଆନନ୍ଦମୟ ଜୀବନ”। ଏହି ଅବସରରେ ଏକ ମାଗଣା ଦନ୍ତ ପରୀକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ଶତାଧିକ ଦନ୍ତରୋଗୀ ଏହି ଶିବିରରେ ନିଜର ଦନ୍ତ ରୋଗ ପରୀକ୍ଷା କରାଇଥିଲେ। ହାଇଟେକ୍ ଡେଣ୍ଟାଲ୍ କଲେଜ୍ ଓ ହସ୍ପିଟାଲର ଅଧ୍ୟକ୍ଷ, ପ୍ରଫେସର୍ ଡକ୍ଟର ସଂଗ୍ରାମ ପାତ୍ର କହିଛନ୍ତି ଯେ ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକ ମୁଖ ରୋଗରେ ପୀଡ଼ିତ ଅଛନ୍ତି, ଯେଉଁଥିରେ ବିଶେଷ କରି ଗ୍ରାମାଞ୍ଚଳରେ ଚିକିତ୍ସା କରାଯାଇନଥିବା ଦାନ୍ତ କ୍ଷୟ ସବୁଠାରୁ ଏକ ବଡ ସମସ୍ୟା ଅଟେ। ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ହାଇଟେକ୍ ଡେଣ୍ଟାଲ୍ କଲେଜ୍ ସମଗ୍ର ଓଡ଼ିଶାରେ ୫ଶହରୁ ଅଧିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ଶିବିର ଆୟୋଜନ କରାଯାଇଛି, ଯାହାଦ୍ୱାରା ଅନେକ ଦନ୍ତରୋଗୀ ସଠିକ୍ ରୋଗନିରୁପଣ ଓ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ହାଇଟେକ୍‌ ଡେଣ୍ଟାଲ କଲେଜ ଓ ହସ୍‌ପିଟାଲର କାର୍ଯ୍ୟକାରୀ ଅଧ୍ୟକ୍ଷା ମଧୂସ୍ମିତା ତ୍ରିପାଠୀଙ୍କ କହିଛନ୍ତି ଯେ, ସଠିକ୍ ଓ ଉନ୍ନତ ଚିକିତ୍ସା ହାଇଟେକ୍ ଡେଣ୍ଟାଲ କଲେଜ ଓ ହସ୍ପିଟାଲର ମୂଳମନ୍ତ୍ର। ଏଠିଥିବା ସମସ୍ତ ଅତ୍ୟାଧୂନିକ ମେସିନ୍‌ ମାଧ୍ୟମରେ ସଠିକ୍‌ ରୋଗ ନିରୁପଣ କରାଯାଉଥିବା ବେଳେ, ସ୍ୱଳ୍ପ ଖର୍ଚ୍ଚରେ ତ୍ୱରିତ ଚିକିତ୍ସା କରାଯାଇପାରୁଛି, ଯାହାଦ୍ବାରା ବହୁ ଗରିବ ରୋଗୀ ଉପକୃତ ହୋଇପାରୁଛନ୍ତି। ଦନ୍ତ ପରୀକ୍ଷଣ ଶିବିରରେ ଡେଣ୍ଟାଲ କଲେଜର ବହୁ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କ ସହ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।