କମ୍ପିବ କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । FIH ହକି ପ୍ରୋ ଲିଗ ୨୦୨୨-୨୩ରେ ଅଂଶଗ୍ରହଣ କରିବେ ଭାରତ ସମେତ ସ୍ପେନ ଓ ନ୍ୟୁଜଲାଣ୍ଡ ଟିମ । ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଆଜି ସ୍ପେନର ୨୬ ଜଣିଆ ଟିମ ପହଞ୍ଚିଛି ।

ସ୍ପେନ ଟିମ ବିମାନ ବନ୍ଦରରେ ପହଁଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଡା ସୁରକ୍ଷାରେ ଏକ ସ୍ୱତନ୍ତ୍ର ବସ ଯୋଗେ ସ୍ପେନ ଟିମ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ପ୍ରୋ ଲିଗ ମ୍ୟାଚ ପାଇଁ ଟିମ ବେଶ ପ୍ରସ୍ତୁତ ଥିବା ବେଳେ ଆଗକୁ ବିଶ୍ୱକପ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଦଳର ଅଭ୍ୟାସ ପାଇଁ ବେଶ ସହାୟକ ହେବ ବୋଲି ସ୍ପେନ ଟିମ କୋଚ ମାକ୍ସି ମିଲାନୋ କହିଛନ୍ତି ।

କଳିଙ୍ଗ ଷ୍ଟାଡିୟମର ପଡିଆ ଖୁବ ଭଲ, ଏହା ସହିତ ରାଉରକେଲାରେ ମଧ୍ୟ ବିଶ୍ୱକପ ହେବାକୁ ଥିବାରୁ ସେଠାକୁ ଯାଇ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।