ବରଗଡ଼, ୨୩/୦୩: ରେଳ ଧାରଣରୁ କ୍ଷତ ବିକ୍ଷତ ଅବସ୍ଥାରେ ପଡିଛି ଅଜଣା ଵୃଦ୍ଧଙ୍କ ମୃତ ଦେହ। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁର୍ଲା ରେଲୱେ କ୍ରସିଂଙ୍ଗ ପାଖରେ ଏପରି ଘଟଣା ଦେଖିବାକୁ ମିଳିଛି। ପାଖରେ ତାଙ୍କର ଏକ ସାଇକେଲ ରହିଥିବା ବେଳେ ଦେହରେ ପଇତା ରହିଛି। ତେବେ ବୃଦ୍ଧ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିଥିବା ବେଳେ ଏପର୍ଯ୍ୟନ୍ତ ରେଲୱେ ପୋଲିସ ପହଞ୍ଚି ନାହିଁ।
Next Post