ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

ଫୁଲବାଣୀ, ୨୩/୦୩: ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ।‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୨ ବର୍ଷୀୟା ପୂର୍ଣ୍ଣମାସୀଙ୍କ ଚିକିତ୍ସା ଚାଲିଛି। ଗୋଡହାତ ଫୁଲିବା, ରକ୍ତହୀନତା ଓ ପେଟ ବ୍ୟଥା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଥମେ ଖଜୁରୀପଡା ଓ ପରେ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ତାଡ଼ିସରୁ ବାବା ଭାବେ ପରିଚିତ ପୂର୍ଣ୍ଣମାସୀ ୨୦୨୧ରେ ପାଇଥିଲେ ପଦ୍ମଶ୍ରୀ।