ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ

ଆସିଲା ନୂଆ ଅବକାରୀ ନୀତି

ଭୁବନେଶ୍ୱର, ୨୬/୦୩: ଆସିଲା ନୂଆ ଅବକାରୀ ନୀତି। ଗୃହରେ ଉପସ୍ଥାପନା କଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୨୦୨୬ରୁ ୨୯ ପର୍ଯ୍ୟନ୍ତ ତ୍ରୈବାର୍ଷିକ ନୀତି ଘୋଷଣା କରିଛନ୍ତି ମନ୍ତ୍ରୀ।

ନୂଆ ନିୟମ ଅନୁସାରେ, ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ। ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ। IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି। ନୂତନ OFF, CL କିମ୍ବା OS ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନି। ଗ୍ରାମୀଣ ଅଞ୍ଚଳରେ ନୂତନ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମୋଦନ। ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍‌ ଓ କ୍ଲବ୍‌ରେ ଛାଡ଼ ରହିବ। ବଡ଼ଦାଣ୍ଡରେ ମଧ୍ୟ ମଦ ଦୋକାନ ଖୋଲାଯିବ ନାହିଁ। ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବନି।