ଏମ୍.ସି.ଏଲ୍. ଏବଂ ଏନ.ଟି.ପି.ସି ମଧ୍ଯରେ ଚୁକ୍ତିନାମା ସ୍ୱାକ୍ଷରିତ

ଦୀର୍ଘକାଳୀନ ଇନ୍ଧନ ଯୋଗାଣ ବ୍ଯବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ

ଭୁବନେଶ୍ୱର, ୨୬/୦୩: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ଏବଂ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ୍ ଲିମିଟେଡ୍ ମଧ୍ଯରେ ଏନ୍.ଟି.ପି.ସି. ର ଦାଦ୍ରି, ଫରାକ୍କା, ଉଞ୍ଚାହାର ଏବଂ ନବୀନଗର ଥର୍ମାଲ ପାୱାର ଷ୍ଟେସନକୁ ବାର୍ଷିକ ୫.୦ ନିୟୁତ ଟନ୍ କୋଇଲା ପ୍ରେରଣ ପାଇଁ ଦୀର୍ଘକାଳୀନ ଇନ୍ଧନ ଯୋଗାଣର ଚୁକ୍ତିନାମା (ଏଫ୍.ଏସ୍.ଏ.) ସ୍ୱାକ୍ଷର ହୋଇଛି।

ଏହି ରାଜିନାମା କୋଇଲା ସଂଯୋଗ ପ୍ରମୁଖ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ବିଶ୍ୱସନୀୟ ଏବଂ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା, ବିଦ୍ୟୁତ ଉତ୍ପାଦନକୁ ସକ୍ଷମ କରିବା ଏବଂ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଶ୍ରୀ ଏସ୍.କେ. ଝା, ନିର୍ଦ୍ଦେଶକ (ବୈଷୟିକ – ପରିଚାଳନା)ଙ୍କ ଉପସ୍ଥିତିରେ କମ୍ପାନୀ ମୁଖ୍ୟାଳୟରେ, ଶ୍ରୀ ଏକେ ଲାକ୍ରା, ମହାପ୍ରବନ୍ଧକ (ଏମ୍ ଆଣ୍ଡ ଏସ୍); ଶ୍ରୀ ଦିବାକର କୌଶିକ, ଆଞ୍ଚଳିକ କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ (ଏନ୍ଆର୍,ଏନ୍.ଟି.ପି.ସି.) ଏବଂ ଶ୍ରୀ ବିଜୟ ଗୋୟଲ, ଆଞ୍ଚଳିକ କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ (ଇଆର୍-୧)ଙ୍କ ଦ୍ଵାରା ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା।

ଏହି ବିକାଶ ଦୀର୍ଘକାଳୀନ ଇନ୍ଧନ ଯୋଗାଣ ବ୍ଯବସ୍ଥାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିବ ଏବଂ ଏମ୍.ସି.ଏଲ୍. ଓ ଏନ.ଟି.ପି.ସି ମଧ୍ଯରେ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବ, ଯାହା ଦେଶର ଶକ୍ତି ସୁରକ୍ଷା ମଜବୁତ ହେବାରେ ସହାୟକ ହେବ।