ଭୁବନେଶ୍ୱର, ୨୮/୦୩: ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ। ଏଥିସହ ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କ ରାଙ୍କିଂ ବଢ଼ିବ। ପ୍ରତି ମାସରେ ଅତି କମ୍ରେ ଗୋଟିଏ ପାଠ୍ୟକ୍ରମ ପଢ଼ିବେ। ରାଜ୍ୟର ରାଙ୍କିଂକୁ ଉନ୍ନତ କରିବା ପାଇଁ, ତିନୋଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବାକୁ ପଡିବ। ଗୋଟିଏରୁ ଅଧିକ ପାଠ୍ୟକ୍ରମ ସମାପ୍ତ କରୁଥିବା କର୍ମଚାରୀଙ୍କ ରାଙ୍କିଂ ବୃଦ୍ଧି ହେବ।
ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୬ ସୁଦ୍ଧା ୩ ଲକ୍ଷ ୮୮ ହଜାର ୮୫୪ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୧୮ ଲକ୍ଷ ୮୦ ହଜାର ୩୩୨ ଜଣ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି। ୧୨ ଲକ୍ଷ ୪୫ ହଜାର ୯୫୬ ଜଣ ପାଠ୍ୟକ୍ରମ ଶେଷ କରି ସାରିଛନ୍ତି।