ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରେନବୋ ପବ୍ଲିକ ସ୍କୁଲ ବରଗଡ଼ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ଦେଉଥିବା ଅନୁଷ୍ଠାନ

୨୬ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି

ବରଗଡ଼, ୨୮/୦୩: ବରଗଡ଼ ସହର ସମେତ ସମଗ୍ର ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ରେନବୋ ପବ୍ଲିକ ସ୍କୁଲ’ରେ ନୂତନ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ଲେ-ସ୍କୁଲ୍ ଠାରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିଛି।

ସୂଚନାଯୋଗ୍ୟ ଯେ, ଗତ ୨୦୦୦ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲ୍ ଦୀର୍ଘ ୨୬ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି। ବିଶେଷ କରି ଜିଲ୍ଲାର ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ସୁଲଭ ମୂଲ୍ୟରେ ଶ୍ରେଷ୍ଠ ଶିକ୍ଷା ପ୍ରଦାନ କରିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ। ଅତ୍ୟାଧୁନିକ ଶିକ୍ଷାଦାନ ପଦ୍ଧତି ସହ ସଂସ୍କାର ଏବଂ ଅନୁଶାସନକୁ ଏଠାରେ ପ୍ରାଧାନ୍ୟ ଦିଆଯାଉଛି।

ଅନୁଷ୍ଠାନର ଚିୟାରମେନ ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, “ଆମେ କେବଳ ପାଠ୍ୟପୁସ୍ତକ ଶିକ୍ଷା ନୁହେଁ, ବରଂ ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ପ୍ରତିବଦ୍ଧ। ବରଗଡ଼ ଜିଲ୍ଲାର ଅଭିଭାବକ ମାନେ ଆମ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି, ତାହାକୁ ବଜାୟ ରଖିବା ପାଇଁ ଆମେ ସର୍ବଦା ଚେଷ୍ଟା କରୁଛୁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।”