ବିଜେଡ଼ି ବିଧାୟିକାଙ୍କ ସ୍ୱାମୀଙ୍କୁ ଖୋଜୁଛି ପୋଲିସ, କ୍ୱାଟର୍ସରେ ଚଢ଼ାଉ

ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ସାଂଘାତିକ ମାମଲା

ଭୁବନେଶ୍ୱର, ୨୯/୦୩: ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବାସଭବନରେ ପୋଲିସର ଚଢ଼ାଉ। ଭୁବନେଶ୍ବର ସ୍ଥିତ ସରକାରୀ କ୍ବାର୍ଟର୍ସରେ କଳାହାଣ୍ଡି ପୋଲିସ ପହଞ୍ଚିଛି। ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀଙ୍କ ନାଁରେ ମାମଲା ପରେ ପହଞ୍ଚିଲା ପୋଲିସ।

ତେବେ ପୋଲିସର ଚଢାଉକୁ ବିରୋଧ କରି ବିଜେଡ଼ି ନେତାଙ୍କ ସହ ପୋଲିସର ଯୁକ୍ତିତର୍କ ହୋଇଛି। ବିଧାୟିକାଙ୍କ କ୍ୱାଟର୍ସ ସାମ୍ନାରେ ଉପସ୍ଥିତ ଅଛନ୍ତି BJD ନେତା ଚିନ୍ମୟ ସାହୁ, ଇପ୍‌ସିତା ସାହୁ ଓ ମନ୍ମଥ ରାଉତରାୟ। ଅନ୍ୟପଟେ ବିଧାୟିକା ତାଙ୍କ କ୍ୱାଟର୍ସରେ ନଥିବା କହିଛନ୍ତି ତାଙ୍କ ଘରୋଇ ସହାୟିକା।

ସୂଚନାଯୋଗ୍ୟ, ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଅଭିଯୋଗରେ ମାମଲା ରୁଜୁ ହୋଇଛି।

ଗତ ୧୫ ତାରିଖରେ ଫୋନ୍‌ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ ବିଧାୟିକାଙ୍କ ସ୍ୱାମୀ। ହତ୍ୟା ଧମକ ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତହସିଲଦାରଙ୍କ ଲିଖିତ ଅଭିଯୋଗ କ୍ରମେ ମାମଲା କଲା ପୋଲିସ।