ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରିବ ଇଡି

ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରିବ ଇଡି । କମିସନରେଟ ପୋଲିସ ପକ୍ଷରୁ ୨ଟି ଏତଲା କପି ପ୍ରବର୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ କମିସନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଛି ।

ବେଆଇନ୍ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରିପାରେ । ଏଥିପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ କମିସନରେଟ ପୁଲିସକୁ ଅର୍ଚ୍ଚନାର ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଏତଲାର କପି ମାଗିଥିଲା ।

ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ଦେଇ ଖୋଳତାଡ଼ କରିବା ନେଇ ସନ୍ଦେହ କରାଯାଉଛି ।