ଏଲନ ମସ୍କଙ୍କ ମୁଖ୍ୟାଳୟ ପରିଦର୍ଶନ ସହ ଡିଲ ଲାଗି ନଗଦ ଯୋଗାଡ ଆରମ୍ଭ କଲେ ବ୍ୟାଙ୍କ

ସାନଫ୍ରାନସିସ୍କୋ ୨୭।୧୦: ଏଲୋନ୍ ମସ୍କଙ୍କୁ ଟ୍ୱିଟର ଅଧିଗ୍ରହଣ ଲାଗି ପ୍ରତିଶ୍ରୁତି ଦେଇଥିବା ବ୍ୟାଙ୍କମାନେ ଚୁକ୍ତି ଚୂଡାନ୍ତ ନିମନ୍ତେ ମିଳିତ ୧୩ ବିଲିୟନ ଡଲାର ପ୍ରଦାନ ଆରମ୍ଭ କରିଥିବା ଜଣାପଡିଛି। ମସ୍କ କାଲିଫର୍ନିଆର ସାନ ଫ୍ରାନ୍ସିସ୍କୋରେ ଥିବା ଟ୍ୱିଟର ମୁଖ୍ୟାଳୟ ପରିଦର୍ଶନ କରିବାର କିଛି ଘଣ୍ଟା ପରେ ଏହି କ୍ୟାସ୍ ଟ୍ରାନ୍ସଫର ଆରମ୍ଭ ହୋଇଛି।  ଏ ନେଇ ବୁଧବାର ୱାଲଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ମସ୍କ ୪୪ ବିଲିୟନ ଡଲାର ବିନିମୟରେ ଟ୍ୱିଟରର କ୍ରୟ ଆରମ୍ଭ କରିଛନ୍ତି।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (ଡବ୍ଲୁଏସଜେ)ଙ୍କ ବୁଧବାର ରିପୋର୍ଟ ଅନୁସାରେ ଟେସ୍ଲା ସିଇଓ ଆନୁଷ୍ଠାନିକ ଭାବରେ 44 ବିଲିୟନ ଡଲାରର ଟ୍ୱିଟର କ୍ରୟ ନିମନ୍ତେ ବ୍ୟାଙ୍କମାନଙ୍କୁ ଉଧାର ସୂଚନା ପଠାଇ କ୍ରୟ ଆରମ୍ଭ କରିଛନ୍ତି। ବ୍ୟାଙ୍କମାନଙ୍କୁ ଜାରି କରାଯାଇଥିବା ଫଣ୍ଡିଂ ନୋଟିସ୍‌ ସାଧାରଣତଃ ପାଣ୍ଠି ଆବଶ୍ୟକତାର ୩ରୁ ୫ ଦିନ ପୂର୍ବରୁ ଦିଆଯାଇଥାଏ।