ଅକ୍ଟୋବର ୩୦ ଯାଏଁ କମ୍ ରହିବ ରାତିର ତାପମାତ୍ର

ଭୁବନେଶ୍ଵର: କିଛି ଦିନ ହେବ ରାତିର ତାପମାତ୍ରା କମ ରହୁଥିବା ଅନୁଭୂତ ହୋଇଛି। ରାଜ୍ୟରେ ଅକ୍ଟୋବର ୩୦ ତାରିଖ ଯାଏଁ ରାତିର ତାପମାତ୍ରା କମ୍ ରହିବା ସହ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀରୁ କମ୍ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସିଇସି ବୁଲେଟିନ୍ ଅନୁଯାୟୀ ବଙ୍ଗୋପ ସାଗରରୁ ଆସୁଥିବା ଜଳୀୟ ବାଷ୍ପ ଉପକୂଳ ମୁହାଁ ହେଉଥିବା ବେଳେ ଅକ୍ଟୋବର ୩୦ ତାରିଖ ପରେ ରାତିର ତାପମାତ୍ରା ବୃଦ୍ଧି ପାଇବ । ସେହିପରି ନଭେମ୍ବର ୧ ଏବଂ ୨ ତାରିଖରେ ଉପକୂଳ  ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ବୃଦ୍ଧି ପାଇବ ଏବଂ ଏହାପରେ ତାପମାତ୍ରା ଧୀରେ ଧୀରେ କମିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।