ଭୂକମ୍ପରେ‌ ଥରିଲା କୋରାପୁଟ

ନ୍ୟାସନାଲ ସେଣ୍ଟର ଫର୍‌ ସେସମଲୋଜି ପକ୍ଷରୁ ସୂଚନା

କୋରାପୁଟ, ୦୫/୦୪: କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍‌କା ଅନୁଭୂତ। ଗତ କାଲି ରାତି ପ୍ରାୟ ସାଢ଼େ ୧୧ଟାରେ ମୃଦୁ ଭୂମିକମ୍ପ ଅନୁଭୂତ ସୋଇଥିବା ସୂଚନା ମିଳିଛି। କୋରାପୁଟ, ଜୟପୁର, ଲମତାପୁଟ, ସୁନାବେଡ଼ା, ବୋରିଗୁମ୍ମା, ସେମିଳିଗୁଡ଼ା, ନନ୍ଦପୁର, ପଟାଙ୍ଗୀ ଓ ଦାମନଯୋଡ଼ିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି‌।

ଭୂକଂପ ନେଇ ନ୍ୟାସନାଲ ସେଣ୍ଟର ଫର୍‌ ସେସମଲୋଜି ପକ୍ଷରୁ ସୂଚନା ମିଳିଛି। ଭୂମିକମ୍ପର ଗଭୀରତା ୫ କିଲୋମିଟର ଥିବାବେଳେ ଲାଟିଚ୍ୟୁଡ୍ ୧୮.୫୭୩, ଏବଂ ଲଙ୍ଗିଚ୍ୟୁଡ୍ ୮୨.୫୫୯ ରହିଥିଲା। ପ୍ରାୟ ୬ ରୁ ୮ ସେକେଣ୍ଡ ପାଇଁ ଏହି ଝଟକା ଲାଗିଥିଲା।