ଭୁବନେଶ୍ୱର, ୦୫/୦୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଏଲପିଜି ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ ରାଜ୍ୟରେ ଗ୍ୟାସ କଳାବଜାରୀ ରୋକିବା ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଗ୍ୟାସ ଓ ପେଟ୍ରୋଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନରେ ଗ୍ୟାସ ମିଳୁଛି। ଉପଭୋକ୍ତାମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଖୋଲାରେ ଆଉ ଗ୍ୟାସ ମିଳିବ ନାହିଁ। ଖୋଲାରେ ଗ୍ୟାସ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ। ଲାଇସେନ୍ସ ପ୍ରାପ୍ତ ଏଜେନ୍ସି କେବଳ ଗ୍ୟାସ୍ ବିକ୍ରି କରିପାରିବେ। ଯାହା ନାଁରେ କାର୍ଡ ଥିବ ସେମାନେ ଏଜେନ୍ସିରୁ ଟାଙ୍କି ନେଇପାରିବେ। କଳାବଜାରୀଙ୍କ ଉପରେ ନଜର ରଖିବା ପାଇଁ ଇ-କେୱାଇସି କରାଯିବ। ସେହିପରି ୫ କେଜି ଗ୍ୟାସ ବିକ୍ରି ବନ୍ଦ ହେବ।
Prev Post