ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ପ୍ଲେଟ ଲଗାଇବା ନେଇ ବଢ଼ିଲା ଅବଧି

ଭୁବନେଶ୍ୱର: ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ପ୍ଲେଟ ଲଗାଇବା ନେଇ ବଢ଼ିଲା ଅବଧି । ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି ।

ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ୭, ୮ ଥିଲେ ୨୦୨୩ ଜାନୁଆରି ୩୧ ଶେଷ ତାରିଖ ଏବଂ ୯ ଓ ୦ ଥିଲେ ଶେଷ ତାରିଖ ୨୦୨୩ ଫେବୃଆରି ୨୮ ତାରଖକୁ ଅବଧି ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି ।