ଭୁବନେଶ୍ୱର : RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶ ଘରେ ଭିଜିଲାନ୍ସ ରେଡ଼ ଘଟଣା। କ୍ରିପ୍ଟୋ ଏଜେନ୍ସିକୁ ଚିଠି ଲେଖିଲା ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ପୁଞ୍ଜି ନିବେଶ ହୋଇଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଲା ଭିଜିଲାନ୍ସ । ବିଦେଶରେ ଥିବା କ୍ରିପଟୋ ଅଫିସକୁ ଇମେଲ ଜରିଆରେ ଲେଖି ଅବଗତ କଲା ଭିଜିଲାନ୍ସ ।
ସେହିପରି ରାଜ୍ୟ ବାହାର କ୍ରିପଟୋ ଏକ୍ସପର୍ଟମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । କ୍ରିପ୍ଟୋ କରେନ୍ସିର ପୁଞ୍ଜିନିବେଶ ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରିପ୍ଟୋ ୱଲେଟର ଜବତ ଡକ୍ୟୁମେଣ୍ଟକୁ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠୱା ।