ସିବିଏସଇ ଦଶମ ରେଜଲ୍ଟ ପ୍ରକାଶିତ

ଅଫିସିଆଲ୍ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ

ନୂଆଦିଲ୍ଲୀ, ୧୫/୦୪: ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ। ସିବିଏସଇ ର ଅଫିସିଆଲ୍ ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସିବିଏସ୍‌ଇର ୱେବ୍‌ସାଇଟ୍‌- https://cbseresults.nic.in/ ରେ ନିଜର ରୋଲ୍‌ ନମ୍ବର, ସ୍କୁଲ୍‌ ନମ୍ବର, ଜନ୍ମ ତାରିଖ ଓ ଆଡ୍‌ମିଟ୍‌ କାର୍ଡ ନମ୍ବର ଦାଖଲ କରି ରେଜଲ୍ଟ ଦେଖିପାରିବେ। ଏହା ସହ ଡିଜିଲକ୍‌ର ଓ ଉମଙ୍ଗ୍‌ ଆପ୍‌ରେ ମଧ୍ୟ ପରୀକ୍ଷା ଫଳ ଦେଖିପାରିବେ।