ହିଣ୍ଡାଲକୋ, ହୀରାକୁଦ ପକ୍ଷରୁ ବସୁଧା ପ୍ରକଳ୍ପରେ IRESA ବାୟୋ ଗ୍ୟାସ ୟୁନିଟ୍ ବଣ୍ଟନ
ଦୈନନ୍ଦିନ ରନ୍ଧନ କାର୍ଯ୍ୟ ସହଜରେ କରିପାରୁଥିବା ସହ ଗୋବର ଖତ ଉତ୍ପାଦନ ହୋଇପାରିବ
ହୀରାକୁଦ, ୧୫/୦୪: ହିଣ୍ଡାଲକୋ ହୀରାକୁଦର ପାରିପାର୍ଶ୍ୱିକ ଉନ୍ନୟନ ବିଭାଗ ପକ୍ଷରୁ ଜୀବନ-ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ “ପ୍ରକଳ୍ପ–ବସୁଧା” ଅନ୍ତର୍ଗତ ସମନ୍ୱିତ ନବୀକରଣୀୟ ଉର୍ଜା ଏବଂ ସସ୍ଥାୟୀ କୃଷି (IRESA) ଯୋଜନା ମାଧ୍ୟମରେ ବାୟୋ ଗ୍ୟାସ ୟୁନିଟ୍ ପ୍ରଦାନ କରାଯାଇଛି। IRESA ହେଉଛି ଏକ ଏମିତି ପ୍ରଯୋଜନା, ଯେଉଁଠାରେ ବାୟୋଗ୍ୟାସ, ସୌର ଶକ୍ତି, ପବନ ଶକ୍ତି ପରି ନବୀକରଣୀୟ ଉର୍ଜା ଉତ୍ସଗୁଡ଼ିକୁ ସସ୍ଥାୟୀ କୃଷି ପ୍ରଣାଳୀ ସହ ସମନ୍ୱୟ କରାଯାଇ ପରିବେଶ ସୁରକ୍ଷା ସହିତ କୃଷକମାନଙ୍କ ଆର୍ଥିକ ସୁଦୃଢ଼ିକରଣକୁ ଉଦ୍ଦିଷ୍ଟ କରାଯାଉଛି। ଏହି କ୍ରମରେ ଆଜି ସିଲିପଥର ଗ୍ରାମର ଚାଷୀ ସ୍ରୀମତି ଟି ରାଣୀ, ରାନୀ ବନ୍ଧ ଗ୍ରାମର ଶ୍ରୀ ଗୁଣନିଧି କିଲେଇ ଓ ହୀରାକୁଦ କାଳୁପଡାର ଶ୍ରୀ ଅର୍ଜୁନ ସିଂଙ୍କୁ ବାୟୋ ଗ୍ୟାସ ୟୁନିଟ୍ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ହିଣ୍ଡାଲକୋ ହୀରାକୁଦ ପାରିପାର୍ଶ୍ୱିକ ଉନ୍ନୟନ ବିଭାଗ ଓ ବାୟଫ୍ (BAIF) ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା “ବସୁଧା” କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବରୁ ନୂଆଯାମଡା ଓ ମୋହମ୍ମଦପୁର ଗ୍ରାମର ଦୁଇଜଣ ଚାଷୀଙ୍କୁ ଦୁଇଟି ବାୟୋ ଗ୍ୟାସ ୟୁନିଟ୍ ପ୍ରଦାନ କରାଯାଇଥିଲା। ଏହି ବାୟୋ ଗ୍ୟାସ ୟୁନିଟ୍ଗୁଡ଼ିକ ଦ୍ୱାରା ଚାଷୀମାନେ ଦୈନନ୍ଦିନ ରନ୍ଧନ କାର୍ଯ୍ୟ ସହଜରେ କରିପାରୁଥିବା ସହ, ଗୋବର ଖତ ଉତ୍ପାଦନ ହେଉଛି, ଯାହା ଜୈବିକ ଚାଷ ପାଇଁ ଅତ୍ୟଧିକ ସହାୟକ ସାବ୍ୟସ୍ତ ହେଉଛି। ହିଣ୍ଡାଲକୋ ସି ଏସ୍ ଆର୍ ପ୍ରବନ୍ଧକ ଶ୍ରୀ ଆନନ୍ଦ ଚକ୍ରବର୍ତ୍ତୀ, ଉପଦେଷ୍ଟା ଶ୍ରୀ ସୁକାନ୍ତ କୁମାର ମହାପାତ୍ର BAIF ର ଶାଖା ମୁଖ୍ୟ ରବିନ ଖାନ, AI technician ଶ୍ରୀ ଜୟନ୍ତ ପ୍ରଧାନ ଓ ଗ୍ରାମର ବହୁ ଚାଷୀ ଉପସ୍ଥିତ ଥିଲେ ।