ଆଜିଠୁ ଡିଜିଟାଲ ଜନଗଣନା

ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍‌ ଜନଗଣନା

ଭୁବନେଶ୍ୱର, ୧୬/୦୪: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ଡିଜିଟାଲ୍‌ ଜନଗଣନା। ଘର ଘର ବୁଲି ଜନଗଣନା କରିବେ ୯୦ ହଜାର ୨୦୦ ଅଧିକାରୀ। ଜନଗଣନା ପାଇଁ ୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ଥିବା ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ହେବ। ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ ଅଧିକାରୀ। ଏପ୍ରିଲ ୧୬ରୁ ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍‌ ଜନଗଣନା।