ଭୁବନେଶ୍ୱରରୁ ଜୟପୁର ଉଡିଲା ବିମାନ

ଭୁବନେଶ୍ୱର : ଜୟପୁରକୁ ଆରମ୍ଭ ହେଲା ନିୟମିତ ବିମାନ ସେବା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦର ଜୟପୁରକୁ ଉଡ଼ିଛି ବିମାନ । ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇଛି ଇଣ୍ଡିଆ ଓ୍ବାନ ଏୟାର ।

ତେବେ ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୦୪୯ ଟଙ୍କା ରହିଛି, ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ ।

ତେବେ ଭୁବନେଶ୍ୱରରୁ ଜୟପୁର ବିମାନ ଚଳାଚଳ ନେଇ ପରିବହନ ମନ୍ତ୍ରୀ ଟିକୁନି ସାହୁ କହିଛନ୍ତି ଯେ, ଏହାଦ୍ବାରା ଦୁର୍ଗମ ଅଂଚଳକୁ ଯାତାୟତ ସୁବିଧା ହେବ। ବାଣିଜ୍ୟ ,କଳା, ସଂସ୍କୃତି ଏବଂ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ସହଜ ହେବ। ଖୁବ ଶୀଘ୍ର ଵ୍ରହ୍ମପୁର ଓ ଉତକେଲା ପାଇଁ ବାଟ ଫିଟିବ ।