ଡିଜି କ୍ୟାମ୍ପ ଅଫିସରେ ରାଜ୍ୟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ୩୧।୧୦: ଧାମନଗର ଉପନିର୍ବାଚନ ନେଇ ସଜାଗ ରାଜ୍ୟ ପୋଲିସ । ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଏହି ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନ୍‌ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । ନିର୍ବାଚନକୁ ଅବାଧ ନିରପେକ୍ଷ କରିବାକୁ ବୈଠକରେ ମତ ରଖିଲେ ପୋଲିସ ଡିଜି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ ହେବ । ପରେ ନଭେମ୍ଭର ୬ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଖାଲି ପଡିଥିବା ଆସନ ଲାଗି ହେବ ନିର୍ବାଚନ । ଏଥିପାଇଁ ରାଜ୍ୟର ପ୍ରମୁଖ ଦଳ ସବୁ ଜୋରଦାର ପ୍ରଚାର କରୁଛନ୍ତି ।