ମୟୂରଭଞ୍ଜ, ୧୮/୦୪: ମୟୂରଭଞ୍ଜରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। କଂଗ୍ରେସ ମଧ୍ୟ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରିଛି। କାକବନ୍ଧ ଆଶ୍ରମ ସ୍କୁଲ୍ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ବନ୍ଦ ପାଳନ କରାଯାଉଛି। ସ୍କୁଲ୍, କଲେଜ୍, ଦୋକାନ, ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ବିଜେଡି ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଟାୟାର ଜାଳି ଜାତୀୟ ଏବଂ ରାଜ୍ୟ ରାଜପଥ ସମେତ ସମସ୍ତ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାସଗୋବିନ୍ଦପୁର ଆଶ୍ରମ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ରୂପାଲି ବେଶ୍ରାଙ୍କ ମୃତ୍ୟୁର ପ୍ରତିବାଦରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସ୍କୁଲ ହଷ୍ଟେଲରେ ପରଷାଯାଉଥିବା ବାସି ଖାଦ୍ୟ ଖାଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସମାନ ଖାଦ୍ୟ ଖାଇବା ପରେ ୧୪୬ ରୁ ଅଧିକ ଛାତ୍ର ଡାଇରିଆରେ ଆକ୍ରାନ୍ତ ହୋଇଥିଲେ।