ସମ୍ବଲପୁର, ୧୮/୦୪: ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ସମ୍ବଲପୁରରେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଖରାରେ ଶନିବାର ସମ୍ବଲପୁରରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ମୃତକ ଜଣକ ହେଉଛନ୍ତି ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଝାଁକରପାଲି ଅଞ୍ଚଳର ବିଶ୍ୱଜିତ ସାହୁ(୪୪)। ସେ ଜଣେ ଶ୍ରମିକ ଭାବେ କାମ କରନ୍ତି। ତେବେ ତାଙ୍କର ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଛି କି ନାହିଁ ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ମେଡିକାଲ ରିପୋର୍ଟ ଆସିଲେ ଜଣାପଡ଼ିବ।
ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡ଼ିଶା। ଆଜି ପାଇଁ ୫ ଜିଲ୍ଲାକୁ ହିଟ୍ଓ୍ବେଭ୍ ଓ୍ବାର୍ଣ୍ଣିଂ। ୧୧ ଜିଲ୍ଲାକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।