ଭୁବନେଶ୍ୱର, ୧୮/୦୪: ରାଜ୍ୟ ଯୋଜନା ବୋର୍ଡ ହେଲା ‘SITI ଓଡିଶା’। ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ୍ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭି ବା SITI-Odisha’କୁ ‘ସଂକଳ୍ପ’ ମାଧ୍ୟମରେ ବାସ୍ତବ ରୂପ ଦେଲେ ମୋହନ ସରକାର।
୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ, ଉପାଧ୍ୟକ୍ଷଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ। ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ୍ କରାଯିବ। ସଦସ୍ୟମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବ। ପରିଷଦରେ ରାଜ୍ୟ ଉନ୍ନୟନ କମିଶନର ସଦସ୍ୟ ସଚିବ ରହିବେ।
ଜଣେ ବରିଷ୍ଠ IASଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଦାୟିତ୍ବ ମିଳିବ। ବିଭିନ୍ନ ବିଭାଗରୁ ୯ ଜଣ ପଦାଧିକାରୀ ମଧ୍ୟ ସଦସ୍ୟ ରହିବେ। ପ୍ରତିଷ୍ଠିତ ଅନୁଷ୍ଠାନର ୨ ବିଶେଷଜ୍ଞଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କରାଯିବ।