ଆତଙ୍କୀ ଲିଙ୍କ୍: ଓଡ଼ିଆ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
ବଡ଼ ହମଲା ପାଇଁ ଚାଲିଥିଲା ପ୍ଲାନିଂ, IED ପ୍ରସ୍ତୁତ କରୁଥିଲେ
ନୂଆଦିଲ୍ଲୀ, ୧୮/୦୪: ଭୁବନେଶ୍ବରର ଶେଖ୍ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ଆତଙ୍କୀ ଲିଙ୍କ୍ରେ ଶେଖ୍ ଇମ୍ରାନକୁ ଦିଲ୍ଲୀରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ ଦର୍ଶାଇଥିବା ୪ ମୌଳବାଦୀଙ୍କ ମଧ୍ୟରୁ ଶେଖ୍ ଇମ୍ରାନ। ମହାରାଷ୍ଟ୍ରରୁ ୨ ଓ ବିହାରରୁ ଆଉ ଜଣଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ।
ସେମାନେ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ। ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ। ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ କରୁଥିଲେ। ଜିହାଦୀ କାର୍ଯ୍ୟ ପାଇଁ ଯୁବକମାନଙ୍କୁ ତାଲିମ୍ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ।
ସୂଚନାଯୋଗ୍ୟ, ୨୨ ବର୍ଷୀୟ ଇମ୍ରାନଙ୍କୁ ୧୦ ତାରିଖ ରାତିରେ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ।