ବନ୍ଧୁକ ଦେଖାଇ ଲୁଟ୍‌ ଅଭିଯୋଗ; ଅଭିଯୁକ୍ତ ଗିରଫ

ବୌଦ୍ଧ: ମନମୁଣ୍ଡା ଥାନା ଅଧୀନ ଖଲିଆପାଲି ଗାଁରେ ବନ୍ଧୁକ ଧରି ଆତଙ୍କ ଖେଳାଇବା ଅଭିଯୋଗରେ ଯୁବକ ଗିରଫ। ଗିରଫ ଅଭିଯୁକ୍ତଙ୍କ ପରିଚୟ ରଞ୍ଜନ ରାଜହଂସ।

ମନମୁଣ୍ଡା ପୋଲିସ ଖଲିଆପାଲି ଗାଁରେ ଚଢ଼ଉ କରି ୨ଟି ପିସ୍ତଲ ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ରଞ୍ଜନ ବନ୍ଧୁକ ଦେଖାଇ ଲୋକଙ୍କ ଠାରୁ ଟଙ୍କା ଲୁଟ କରୁଥିଲା ବୋଲି ଅଭିଯୋଗ ହୋଇଥିଲା।