କଏଦୀଙ୍କୁ ମତଦାନର ଅଧିକାର, ପିଆଇଏଲ ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ଜେଲରେ ବନ୍ଦୀ କଏଦୀଙ୍କୁ ମତଦାନ ଅଧିକାର ଦେବା ପାଇଁ ଦାବି ଉଠିଛି । ଏହାକୁ ନେଇ ଦାଖଲ ହୋଇଥିବା ଜନହିତ ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଛନ୍ତି ।

ପିଆଇଏଲ ଜରିଆରେ ଜନପ୍ରତିନିଧି ଆଇନରେ କଏଦୀଙ୍କୁ ମତଦାନ ଅଧିକାରଠାରୁ ବଞ୍ଚିତ କରୁଥିବା ପ୍ରାବଧାନର ବୈଦ୍ଧତା ଉପରେ ଚ୍ୟାଲେଞ୍ଜ କରାଯାଇଛି । ପ୍ରଧାନ ବିଚରାପତି ନ୍ୟାୟମୂର୍ତ୍ତି ୟୁୟୁ ଲଲିତ, ଜଷ୍ଟିସ ଏସ.ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ବେଲା ଏମ.ତ୍ରିବେଦୀଙ୍କ ଖଣ୍ଡପୀଠ ଆଇନଜୀବୀ ଜୋହେବା ହୁସେନଙ୍କ ଯାଚିକା କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ  ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି ।

୨୦୧୯ ମସିହାରେ ଆଦିତ୍ୟ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଏହି ଯାଚିକା ଦାଖଲ କରିଥିଲେ । ସେ ସମୟରେ ନ୍ୟାସନାଲ ଲ ୟୁନିଭର୍ସିଟିର ଛାତ୍ର ଥିଲେ । ଯାଚିକାରେ ଜନପ୍ରତିନିଧି ଆଇନର ଧାରା ୬୨(୫)ର ବୈଦ୍ଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ଧାରାରେ ଜେଲରେ ବନ୍ଦୀ ଥିବା ବ୍ୟକ୍ତି ମତଦାନରୁ ବଞ୍ଚିନ୍ତ ରୁହନ୍ତି । ଆସନ୍ତା ଡିସେମ୍ୱର ୨୯ରେ ଏହି ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶୁଣାଣି କରିବେ ।