ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ

ମୁଖ୍ୟ ଶାସନ ସଚିବ କମିଟିର ଅଧ୍ୟକ୍ଷ

ଭୁବନେଶ୍ୱର, ୨୧/୦୪: ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କଲେ ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଉପାଧ୍ୟକ୍ଷ ରହିବେ।

ବିଭାଗର ନିର୍ଦ୍ଦେଶକ ସଦସ୍ୟ ସଚିବ ଦାୟିତ୍ବ ତୁଲାଇବେ। ଡିଜିପି ମଧ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ସଦସ୍ୟ ରହିବେ। ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୨ ଜଣ ସଦସ୍ୟଙ୍କୁ କଲ୍ୟାଣ ବୋର୍ଡରେ ସ୍ଥାନିତ କରାଯାଇଛି।