ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ

ଦୁର୍ଦ୍ଦାନ୍ତ ଅପରାଧୀକୁ ବେକ କାଟି ହତ୍ୟା

ବ୍ରହ୍ମପୁର, ୦୪/୧୦: ବ୍ରହ୍ମପୁର ନିମଖଣ୍ଡି ଅଞ୍ଚଳରେ ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ।ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ନାୟକକୁ ତଣ୍ଟି କାଟି ହତ୍ୟା କଲା ସାଙ୍ଗ। ବିଳମ୍ବିତ ରାତିରେ ଟୁନାର ବେକ କାଟି ଦେଲା ସାଙ୍ଗ ବିଟୁ ସାହୁ।

ମିଳିଥିବା ସୂଚନା ଅନୁଯାୟୀ, ବିଟୁ ଏକ ଫାଷ୍ଟଫୁଡ ଦୋକାନରେ କାମ କରେ। ଗତ କାଲି ରାତିରେ କାମ ସାରିବା ପରେ ଦୁହେଁ ମିଶି ମଦ୍ୟପାନ କରିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଛୁରୀରେ ବେକ କାଟି ଦେଇଥିଲା ବିଟୁ। ଏ ନେଇ ଖବର ପାଇ ନିମଖଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଟୁକୁ ଗିରଫ କରିବା ସହ ଘଟତାର ତଦନ୍ତ ଆରମ୍ଭ କରିଛି। ତେବେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା। ତେଣୁ ଏହି ହତ୍ୟା ପୂର୍ବ ଯୋଜନାବଦ୍ଧ ନା ନାହିଁ, ସେ ନେଇ ତଦନ୍ତ କରାଯାଉଛି।