ଭୁବନେଶ୍ୱର, ୨୨/୦୪: ଜନଗଣନା ଚାଲୁଥିବା ବେଳେ ଜନଗଣନାକାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ସରକାର। ଗ୍ରୀଷ୍ମପ୍ରବାହ ସମସ୍ୟାକୁ ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଗଣନାକାରୀଙ୍କୁ ନିୟମିତ ଭାବେ ଟ୍ରାକ୍ କରାଯିବ। ଗଣନାକାରୀଙ୍କୁ ସୁରକ୍ଷା ସଚେତନ କରାଇବାକୁ ପରାମର୍ଶ ଦିଆଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ SOP। ଏ ନେଇ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଏ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଘର ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ। ହିଟୱେଭ ଏକ ବଡ଼ ସମସ୍ୟା, କର୍ମଚାରୀ ଅସୁସ୍ଥ ହେବା ଖବର ଆସିଛି। ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ଖବର ମଧ୍ୟ ଆସିଛି। ତେଣୁ ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ। ଅଂଶୁଘାତ ଓ ଦୁର୍ଘଟଣା ରୋକିବାକୁ ଗଣନାକାରୀଙ୍କୁ ଟ୍ରାକିଂ କରାଯିବ। ଯେଉଁଠି ଆକ୍ରମଣ ହୋଇଛି ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି। ଆକ୍ରମଣକାରୀ ପାତାଳରେ ଲୁଚିଲେ ବି ଖୋଜିକି ଆଣିବୁ।