ଢେଙ୍କାନାଳ, ୨୨/୦୪: ଜନଗଣନା ଅଧିକାରୀ କହି ମହିଳାଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି। ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଅଭିନବ ଉପାୟରେ ଲୁଟ୍ କରିଛନ୍ତି କିଛି ଦୁର୍ବୃତ୍ତ।
ମିଳିଥିବା ସୂଚନା ଅନୁସାରେ, ଜନଗଣନା ଅଧିକାରୀ କହି ମହିଳାଙ୍କ ଘରେ ପଶିଥିଲା ଦୁର୍ବୃତ୍ତ। ପ୍ରଥମେ ମହିଳାଙ୍କୁ ଆଧାର କାର୍ଡ ମାଗିଥିଲା। ମହିଳା ଜଣକ ଆଧାର କାର୍ଡ ଆଣିବା ପାଇଁ ଭିତରକୁ ଯିବା ବେଳେ ଛୁରି ଦେଖାଇ ଲୁଟ୍ କରିଥିଲା ଦୁର୍ବୃତ୍ତ। ମହିଳାଙ୍କ ମଙ୍ଗଳ ସୂତ୍ର ଲୁଟି ନେଇଥିବା ରାସୋଳ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଜଣକ।