ଆଉ ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଶିକ୍ଷକ ଓ ଷ୍ଟାଫ୍ ଆସିବେ, ଜାରି ରହିବ ପରୀକ୍ଷା

କେନ୍ଦ୍ରାପଡ଼ା, ୨୨/୦୪: ପ୍ରଚଣ୍ଡ ତାତି ଓ ଅସହ୍ୟ ଗରମ ଗୁଳୁଗୁଳି ପାଇଁ ଆଜି ରାଜ୍ୟର ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା କାଲିଠୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ରହିବ। ଶିକ୍ଷକ ଓ ଅନ୍ୟ ଷ୍ଟାଫ୍ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ସ୍କୁଲରେ ରହିବେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ନିର୍ଦେଶନାମାରେ କୁହାଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଆସନ୍ତା କାଲିଠୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ରହିବ। ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। କିନ୍ତୁ ପୂର୍ବ ସୂଚୀ ମୁତାବକ ପରୀକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା କାଲିଠୁ ୨୭ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା

କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।