ଭୁଶୁଡୁଛି ବିଜେଡ଼ି ଗଡ଼, ଆଜି ହେବ ବଡ଼ ପରିବର୍ତ୍ତନ

ଦଳ ଛାଡ଼ିବେ ପୂର୍ବତନ ସାଂସଦଙ୍କ ସମେତ ୫୦୦ ନେତା ଓ କର୍ମୀ

ଭଦ୍ରକ, ୨୫/୦୪: ଓଡ଼ିଶା ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭଦ୍ରକରେ ଭୁଶୁଡୁଛି ବିଜେଡି ଗଡ଼। ଦଳ ଦୁର୍ବଳ ପରେ ଆଜି ଇସ୍ତଫା ଦେବେ ମଣ୍ଡଳ ଦମ୍ପତି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଇସ୍ତଫା ଦେବେ। ସେହିପରି ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ବିଜେଡି ନେତା ଶଶି ସାହୁ ମଧ୍ୟ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।

ସିମୁଳିଆ ବିଧାୟିକା ପ୍ରାର୍ଥିନୀ ସୁବାସିନୀ ସାହୁ ମଧ୍ୟ ଛାଡ଼ିବେ ଦଳ। ଏପରି ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଇସ୍ତଫା ଦେବେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିଲେ ମଣ୍ଡଳ ଦମ୍ପତି। ଏ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲାଗିଛି।

ଇସ୍ତଫା ଦେବାକୁ ଥିବା ସମସ୍ତ ନେତା ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ୩୦ ତାରିଖରେ ବିଜେପିରେ ମିଶିବେ ବୋଲି ଯୋଜନା ହୋଇଛି।