ନରାକାସ, ସମ୍ବଲପୁର ଦ୍ୱାରା ଆୟୋଜିତ ହେଲା ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ

“ନରାକାସ ସନ୍ଦର୍ଭିକା” ପୁସ୍ତକ ଉନ୍ମୋଚିତ

ସମ୍ବଲପୁର, ୨୫/୦୪: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ.ସି.ଏଲ.) ଦ୍ୱାରା ‘ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି’ (ନରାକାସ), ସମ୍ବଲପୁରର ତତ୍ତ୍ୱାବଧାନରେ କମ୍ପାନୀ ମୁଖ୍ୟାଳୟରେ ଏକ ଦିବସୀୟ ‘ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ’ (ସଂଗୋଷ୍ଠୀ) ଆୟୋଜିତ ହୋଇଯାଇଛି।

ଏହି ଗରିମାମୟ ସମ୍ମିଳନୀରେ ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ) ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଏମସିଏଲର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପି.କେ. ପଟେଲ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଏ.କେ. ବେହୁରାଙ୍କ ସମେତ ପୂର୍ବ କ୍ଷେତ୍ର, କୋଲକାତାର ଉପ-ନିର୍ଦ୍ଦେଶକ (କାର୍ଯ୍ୟାନ୍ୱୟନ) ଡାଃ ବିଚିତ୍ରସେନ ଗୁପ୍ତ, ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ବିଶାଲ, ଭାରତ ସରକାରଙ୍କ ପୂର୍ବତନ ଉପ-ନିର୍ଦ୍ଦେଶକ ଶ୍ରୀ ଅଜୟ ମଲ୍ଲିକ ଏବଂ ଏଚପିସିଏଲର ପୂର୍ବତନ ଉପ-ମହାପ୍ରବନ୍ଧକ ଡକ୍ଟର ରାମ ବିଚାର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆୟୋଜିତ ବିଷୟ ଭିତ୍ତିକ ଅଧିବେଶନରେ, ଡକ୍ଟର ବିଚିତ୍ର ସେନ ଗୁପ୍ତ “ରାଜଭାଷା କାର୍ଯ୍ୟାନ୍ୱୟନରେ ନରାକାସର ଭୂମିକା ଓ ଅବଦାନ” ବିଷୟରେ; ଶ୍ରୀ ଅଜୟ ମଲ୍ଲିକ “ଡିଜିଟାଲ୍ ଯୁଗରେ ହିନ୍ଦୀ: ଇ-ଗଭର୍ଣ୍ଣାନ୍ସ ଏବଂ ପ୍ରଶାସନିକ କୌଶଳରେ ବଦଳୁଥିବା ଭୂମିକା” ବିଷୟରେ ଏବଂ ଡକ୍ଟର ରାମ ବିଚାର ଯାଦବ “ରାଜଭାଷା ନୀତିର ପ୍ରଭାବୀ କାର୍ଯ୍ୟାନ୍ୱୟନରେ କାର୍ଯ୍ୟାଳୟ ମୁଖ୍ୟ ଏବଂ ରାଜଭାଷା ଅଧିକାରୀଙ୍କ ଭୂମିକା” ତଥା ଶ୍ରୀ ବିଶାଲ “ରାଜଭାଷା ହିନ୍ଦୀ ନୀତିରୁ ବ୍ୟବହାର ପର୍ଯ୍ୟନ୍ତ” ବିଷୟ ଉପରେ ନିଜର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମହୋଦୟ ଏବଂ ଅନ୍ୟ ଅତିଥିମାନେ ନରାକାସର ନିୟମାବଳୀକୁ ଅନ୍ତର୍ଭୁକ୍ତ କରି ସମ୍ବଲପୁର ନରାକାସ ଦ୍ୱାରା ପ୍ରକାଶିତ “ନରାକାସ ସନ୍ଦର୍ଭିକା” ଉନ୍ମୋଚନ କରିଥିଲେ। ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ଓ ଉପସ୍ଥିତ ସମସ୍ତ ବ୍ୟକ୍ତି ଉଚ୍ଚ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଲ୍ ଇଣ୍ଡିଆ ଲିମିଟେଡର ଅନୁଷଙ୍ଗି କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସମେତ ପୂର୍ବ କ୍ଷେତ୍ରର ବିଭିନ୍ନ କାର୍ଯ୍ୟାଳୟ, ନରାକାସ ସମ୍ବଲପୁରର ସଦସ୍ୟ କାର୍ଯ୍ୟାଳୟ ଏବଂ ଏମସିଏଲ ମୁଖ୍ୟାଳୟ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିସହ ଏମସିଏଲ ରାଜଭାଷା ବିଭାଗର ମହାପ୍ରବନ୍ଧକ ଶ୍ରୀ ସମ୍ବିତ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।