ହିନ୍ଦୋଳ, ୨୫/୦୪: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏସଟିଏଫ ଟିମ ରାତିଅଧରେ ଚଢ଼ାଉକରି ଜବତ କରିଛି ବିପୁଳପରିମାଣରେ ଗଞ୍ଜେଇ।ଖବରରୁ ପ୍ରକାଶ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ ଟିମର ୭ଜଣିଆ ଟିମ ହିନ୍ଦୋଳ ପୋଲିସ ସହମିଶି ହିନ୍ଦୋଳଥାନା କଂସରା ପଂଚାୟତ ଆମ୍ବିଠି ଗ୍ରାମନିକଟ ବନଦୁର୍ଗା ମନ୍ଦିର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ୧ଟାରେ ଚଢ଼ାଉକରି ଏକ ଗାଡ଼ିରୁ ୧. ୫୩କ୍ୱିଣ୍ଟାଲ ଗଂଜେଇ ଜବତ କରିଥିବାବେଳେ ଚେପଟିଗାଡ଼ିଆ ଅଞ୍ଚଳର ସନାତନ ନାୟକଙ୍କ ପୁଅ ଅଟୋ ଚଳାଉଥିବା ଲିପୁ ନାୟକକୁ ଗିରଫ କରିଥିବାବେଳେ ୨ଜଣ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇବେପାରୀ(ଘର ଫୁଲବାଣୀ ସନ୍ଦେହ)ଫେରାର ହୋଇଯାଇଥିବାବେଳେ ଏକ ମହିନ୍ଦ୍ରା ଏକ୍ସଇଉଭି OD05N7757 ନଂ ବିଶିଷ୍ଟ ଗାଡି ଜବତ ହୋଇଛି ।ଏହି ଟିମରେ ଦୁଇଜଣ ଇନିସ୍ପେଟରଙ୍କ ସହ ୭ଜଣ ସାମିଲ ଥିବାବେଳେ ମାଜିଷ୍ଟ୍ରେଟ ଭାବରେ ହିନ୍ଦୋଳ ତହସିଲଦାର ସାମିଲ ହୋଇଥିଲେ ଏବଂ ଦୁଇଜଣ ସରକାରୀ କର୍ମଚାରୀ ସାକ୍ଷୀ ଭାବରେ ରହିଥିଲେ, ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବବୋଲି ଜଣାପଡିଛି ।ଫୁଲବାଣୀ ଅଞ୍ଚଳରୁ ଏହି ଚୋରା ଗଞ୍ଜେଇ ଆସିଥିବାବେଳେ ଏବାବଦରେ ଏସଟିଏଫ କେଶନଂ-9/26, UnderSec20(b)(ii)(p)/2529NDPS Actରେ ମାମଲା ରୁଜ୍ଜୁ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ତେବେ ଏହି ଗଞ୍ଜେଇ ଚୋରାଚାଲାଣ ରାକେଟର ଚେର କେଉଁଯାଏ,ହିନ୍ଦୋଳ ଉପଖଣ୍ଡରେ ଏଥିରେ କିଏକିଏ ସାମିଲ, ମାଷ୍ଟରମାଇଣ୍ଡ କିଏ, କେତେଦିନ ଧରି ଅବାଧରେ ଚାଲିଛି ଏହା ଚେର ଓଡିଶା ବାହାରକୁ ଲମ୍ବିଛି କି ନା ଏହି ବେପାର ତାହା ଉପଯୁକ୍ତ ତଦନ୍ତ ଏସଟିଏଫ ଟିମ କରିଲେ ମୁଖ୍ୟ ଆସାମୀ ଧରାପଡିବ ବୋଲି ଆଶା ।ତେବେ ହିନ୍ଦୋଳ ଅଞ୍ଚଳରେ ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ପ୍ରଥମ ଘଟଣା ହୋଇଥିବା ବେଳେ ହିନ୍ଦୋଳ ଅବକାରୀ ବିଭାଗ ଅଜାଣତରେ କିପରି ଚୋରା ଗଞ୍ଜେଇ ଚାଲାଣ ହେଉଛି, ବିଭାଗ କିପରି ଟେର ପାଉନି ନା ଜାଣିଶୁଣି ନଜାଣିବାର ଅଭିନୟ କରୁଛି ବୋଲି ଅପାରଗ ହିନ୍ଦୋଳ ଅବକାରୀ ବିଭାଗର ପରିବାରପଣିଆ ଉପରେ ଉଠିଛି ଜନସାଧାରଣଙ୍କ ପ୍ରଶ୍ନ।
Prev Post