ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୩୩ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ
ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଳୀର ୧୦୨ ଓ ୧୦୩ ତମ ବୁଥ୍ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏକାମ୍ର ନିର୍ବାଚନ ମଳୀର ୧୧୯ ନମ୍ବର ବୁଥ୍ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉତର ଭୁବନେଶ୍ୱର ନିର୍ବାଚନମଳୀର ୨୦୫ ନମ୍ବର ବୁଥ୍ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସମେତ ଉପସ୍ଥିତ ନେତୃବୃନ୍ଦ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ମୋଦିଜୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ: ସୁରେଶ ପୂଜାରୀ
ଭୁବନେଶ୍ୱର, ୨୬/୦୪: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୩ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହା କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ ବରଂ ଦେଶର ସାଧାରଣ ଜନତାଙ୍କ ସଂଘର୍ଷ, ସଫଳତା ଏବଂ ଦେଶ ଗଠନର ଏକ ସଶକ୍ତ ମାଧ୍ୟମ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଳୀର ୧୦୨ ଓ ୧୦୩ ତମ ବୁଥ୍ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯୋଗଦେଇ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ଦିନଠୁ ଏହି କାର୍ଯ୍ୟକ୍ରମ ଜରିଆରେ ସାରା ଦେଶର କୋଣ ଅନୁକୋଣରେ ଚାଲିଥିବା ଘଟଣାବଳୀ, ବ୍ୟକ୍ତି ବିଶେଷଙ୍କ ଉଲ୍ଲେଖନୀୟ କାର୍ଯ୍ୟ, ସାଧାରଣ ଲୋକଙ୍କ ସଫଳତା, ନାରୀ ସଶକ୍ତୀକରଣ ଉପରେ ବାର୍ତା ଦେଇଥାନ୍ତି । ଏହି କ୍ରମରେ ଓଡ଼ିଶାରେ ମହିଳା, ଯୁବକ, ଚାଷୀ ଓ ଉଦ୍ୟୋଗୀମାନଙ୍କ ସଫଳତା ବିଷୟରେ ମୋଦିଜୀ ଅନେକ ସମୟରେ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଲୋକଲୋଚନଙ୍କୁ ଆଣିଛନ୍ତି । ଆଜିର “ମନ କି ବାତ” କାର୍ଯ୍ୟକ୍ରମ ଜରିଆରେ ମୋଦିଜୀ ପାରମାଣବିକ ଶକ୍ତି, ପବନ ଶକ୍ତି ଓ ସୌରଶକ୍ତି କ୍ଷେତ୍ରରେ ଦେଶର ଉପଲବ୍ଧତା ବିଷୟରେ କହିବା ସହ ଭାରତୀୟ ଜ୍ଞାନ ପରମ୍ପରାର ପ୍ରତୀକ ବୁଦ୍ଧ ଦର୍ଶନ, ଡିଜିଟାଲାଇଜେଶନ, ନାରୀମାନଙ୍କ ସଫଳତା, ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ବାଉଁଶ ଗଛ ବିଷୟରେ ଉପସ୍ଥାପନ କରିଥିଲେ । ଏସବୁ ବିଷୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ । ମନ କି ବାତ କାର୍ଯ୍ୟକ୍ରମ ପରେ ତ୍ରଣମୂଳସ୍ତରରେ ବୁଥ୍କୁ ମଜ୍ଭୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୦୩ ନମ୍ବର ବୁଥ୍ ଓ ଶ୍ରୀ ପୂଜାରୀ ୧୦୨ ନମ୍ବର ବୁଥ୍ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସମେତ ଉପସ୍ଥିତ ନେତୃବୃନ୍ଦ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର, ବରିଷ୍ଠ ନେତା ଶ୍ରୀ ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଭୁବନେଶ୍ୱରସ୍ଥିତ ଏକାମ୍ର ନିର୍ବାଚନ ମଳୀର ୧୧୯ ନମ୍ବର ବୁଥ୍ରେ ମାନନୀୟ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ମୋଦିଜୀଙ୍କ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଶ୍ରୀ ସାମଲ କହିଥିଲେ ଯେ, ଆଦରଣୀୟ ମୋଦିଜୀଙ୍କ କଥା ଶୁଣିବା ସର୍ବଦା ପ୍ରେରଣାଦାୟକ । ତାଙ୍କର ଶକ୍ତିଶାଳୀ ଚିନ୍ତାଧାରା ଜନସେବାର ମନୋଭାବକୁ ଆହୁରି ମଜ୍ଭୁତ କରିଥାଏ । ମୋଦିଜୀଙ୍କ ନେତୃତ୍ୱରେ ଭାରତ ଗତ ୧୧ ବର୍ଷ ଧରି ପ୍ରତ୍ୟେକ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଆସୁଛି । ସେ ନେଉଥିବା ପଦକ୍ଷେପ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଗୁରୁତ୍ୱର୍ପୂ । ଏଥିସହ ମୋଦିଜୀ ଆହ୍ୱାନ ଦେଇଥିବା ଜନଗଣନା ଅଭିଯାନରେ ନିଜର ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ରାଜ୍ୟବାସୀଙ୍କୁ ଶ୍ରୀ ସାମଲ ଅନୁରୋଧ କରିଥିଲେ ।
ଭୁବନେଶ୍ୱରସ୍ଥିତ ଉତର ନିର୍ବାଚନମଳୀର ୨୦୫ ନମ୍ବର ବୁଥ୍ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ରାଜ୍ୟ ସହ କୋଷାଧ୍ୟକ୍ଷ ଶ୍ରୀ ଦିବାକର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ପ୍ରତ୍ୟେକ ନିର୍ବାଚନମଳୀରେ “ମନ କି ବାତ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।