ରାଜ୍ୟର ସମସ୍ତ ମଣ୍ଡଳରେ ହେବ “ଜନ ଆକ୍ରୋଶ ମହିଳା ପଦଯାତ୍ରା”: ଅନିତା ଶୁଭଦର୍ଶିନୀ ପଟ୍ଟନାୟକ

ଆସନ୍ତାକାଲି ହେବ ବିଶାଳ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା

ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ

ଭୁବନେଶ୍ୱର, ୨୭/୦୪: ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ । ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା । ମାତ୍ର କଂଗ୍ରେସ ନେତୃତ୍ୱାଧୀନ ଇିଣ୍ଡିମେଣ୍ଟ ଏହାକୁ ସଂସଦରେ ପାରିତ କରେଇ ଦେଇନଥିଲା । ବିଜେଡି ଏହାକୁ ସମର୍ଥନ କରିଥିଲା । ଏଥିରୁ ବିରୋଧୀଦଳ ଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ସେମାନଙ୍କ ଏହି ମହିଳା ବିରୋଧୀ ଷଡ଼ଯନ୍ତ୍ର ବିରୋଧରେ ଆକ୍ରୋଶ ପ୍ରତିଫଳିତ ହେଉଛି । ଚାରିଆଡ଼େ ଏବେ ପ୍ରତିବାଦ ଓ ଆନ୍ଦୋଳନ କରାଯାଉଛି । ଏହି ମହିଳା ଆକ୍ରୋଶକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱଠାରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଆୟୋଜନ କରାଯାଇଥିଲା । ସେହିପରି ଗତ ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ “ଜନ ଆକ୍ରୋଶ ମହିଳା ସମ୍ମିଳନୀ ଓ ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ସମାଜର ବିଭିନ୍ନ ବର୍ଗର ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି । ଜିଲ୍ଲାସ୍ତରରେ ଏହି ମହିଳା ଆକ୍ରୋଶ ଯାତ୍ରାକୁ ବ୍ୟାପକ ସମର୍ଥନ ମିଳିବା ପରେ ଏବେ ରାଜ୍ୟର ସମସ୍ତ ମଣ୍ଡଳସ୍ତରରେ ମହିଳାମାନେ ବ୍ୟାପକ ପ୍ରତିବାଦ କରିବେ । ଏନେଇ ୨୭ରୁ ୨୯ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟର ସମସ୍ତ ମଣ୍ଡଳରେ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଅନୁଷ୍ଠିତ ହେବ । ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିରାଟ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମାଜର ପ୍ରତ୍ୟେକ ବର୍ଗର ମହିଳା ବହୁ ସଂଖ୍ୟାରେ ଏହି ମଶାଲ ଯାତ୍ରାରେ ସାମିଲ ହେବା ସହ ମଣ୍ଡଳସ୍ତରରେ ହେବାକୁ ଥିବା ସମ୍ମିଳନୀକୁ ବ୍ୟାପକ ସମର୍ଥନ କରିବାକୁ ଶ୍ରୀମତୀ ପନାୟକ ଅନୁରୋଧ କରିଛନ୍ତି । ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ ଉପସ୍ଥିତ ଥିଲେ ।