୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପିଟିସନ

ଆର୍ଟିକିଲ ୧୯୧ ଅନୁସାରେ ସଭ୍ୟ ପଦ ରଦ୍ଦ ହେବ: ଅରୁଣ ସାହୁ

ଭୁବନେଶ୍ୱର, ୨୭/୦୪: ଦଳର ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି। ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ପରେ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ୮ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପିଟିସନ ଦେଇଛନ୍ତି। ନିୟମ ଅନୁଯାୟୀ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି କଲା। ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତିକୁ ଅବମାନନା କରିଥିଲେ ନିଲମ୍ବିତ ସଦସ୍ୟ।

ବାଚସ୍ପତିଙ୍କୁ ଭେଟିବା ପରେ ବିଧାୟକ ଅରୁଣ ସାହୁ କହିଛନ୍ତି, ବିଭିନ୍ନ ସମୟରେ ନିଲମ୍ବିତ ୮ ବିଧାୟକ ଦଳ ବିରୋଧରେ ଯାଇଛନ୍ତି। ରାଜ୍ୟସଭା ନିର୍ବାଚନରେ ୬ ଜଣ ସଦସ୍ୟ ବିଧାୟକ ହ୍ୱିପ୍ ନ ମାନି ଦଳ ବିରୋଧରେ ଭୋଟ ଦେଇଥିଲେ। ତେଣୁ ବାଚସ୍ପତି ଏହାର ନିଷ୍ପତ୍ତି ନିଅନ୍ତୁ। ୮ ବିଧାୟକଙ୍କ ସ୍ବେଚ୍ଛାକୃତ ଭାବେ ବିଜେଡି ଛାଡ଼ିଛନ୍ତି। ଦଳ ନୀତି ଆଦର୍ଶ ବିରୋଧରେ ଯିବା ସହ ସବର୍ସାଧାରଣ ସ୍ଥାନରେ ଦଳ ବିରୋଧରେ କହିଛନ୍ତି। ବିଧାନସଭା ସଭ୍ୟ ପଦ ରଦ୍ଦ ହେବା ଉଚିତ୍‌। ଆର୍ଟିକିଲ ୧୯୧ ଅନୁସାରେ ସଭ୍ୟ ପଦ ରଦ୍ଦ ହେବ। ପୂର୍ବରୁ ଶରତ ଯାଦବଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ସେହି ନିୟମ ଅନୁଯାୟୀ ଏଠାରେ ମଧ୍ୟ ସଦସ୍ୟତା ରଦ୍ଦ କରାଯାଉ। ସିମଳାରେ ୬ ଜଣ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି।