୧୨ ଦଫା ଦାବିରେ ଉପଜିଲ୍ଲାପାଳ ଅଫିସ ଆଗରେ କୃଷକ ମହାସଂଘର ବିକ୍ଷୋଭ

ଆଠମଲ୍ଲିକ କୃଷକ ମହାସଙ୍ଗ ପକ୍ଷରୁ ୧୨ ଦଫା ଦାବୀରେ ଉପଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ। ଚାଷୀର ମୌଳିକ ସମସ୍ୟା ପାଇଁ ସରକାର ପାଖରେ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି। ଫଳରେ ଚାଷୀ ବାଧ୍ୟହେଇ ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି। ଜଳସେଚନ, କୃଷି ସମସ୍ୟା, ବ୍ଳକ ଓ ଉପଖଣ୍ଡର ଡାକ୍ତର ଅଭାବରୁ ହେଉଥିବା ଅସୁବିଧା  ଇତ୍ୟାଦି ବିଷୟରେ ବାରମ୍ୱାବାର ଜଣାଯାଉଥିଲେ ବି, ପ୍ରଶାନ ଓ ରାଜନୈତିକ ଉଦାସିନତାରୁ କୃଷକ ମହାସଙ୍ଗର ଦାବୀ ପୁରଣ ହେଉନାହିଁ। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କର ଉଦେଶ୍ୟରେ ଏକ ଦାବିପତ୍ର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।