ଭୁବନେଶ୍ୱର, ୦୩/୦୫: ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା ଓମ୍ଫେଡ୍। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇ ୫୦ ଟଙ୍କାରୁ ୫୪ ଟଙ୍କା ହୋଇଛି। ପ୍ରିମିୟମ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୫୪ ଟଙ୍କାରୁ ହୋଇଛି ୫୮ ଟଙ୍କା। ଗୋଲ୍ଡ ପ୍ରିମିୟର କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ଘଟିଛି। ୫୬ ଟଙ୍କାରୁ ହେଲା ୬୦ ଟଙ୍କା। ଗୋଲ୍ଡ ପ୍ରିମିୟର ପ୍ଲସ୍ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ଘଟି ୬୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୪ ଟଙ୍କା। ଗୋଟିଏ ପ୍ୟାକେଟ୍ (୫୦୦ ମି.ଲି) ଉପରେ ୨ ଟଙ୍କା ବୃଦ୍ଧି ହୋଇଛି। ଆଜିଠାରୁ ରାଜ୍ୟରେ ଓମ୍ଫେଡ୍ର ଏହି ନୂଆ ଦର ଲାଗୁ ହେବ।
ଓମ୍ଫେଡ୍ କ୍ଷୀର ଦର ବୃଦ୍ଧିକୁ ନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ଦ୍ୱାରା ଚାଷୀମାନେ ଉପକୃତ ହେବେ। ଅନେକ ଦିନ ହେବ ଓମ୍ଫେଡ୍ କ୍ଷୀର ଦର ବଢିନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମ୍ରେ ଆମେ କ୍ଷୀର କ୍ରୟ କରିବୁ। ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ଅଧିକ ପାଇଁ କ୍ଷୀର ଦର ବୃଦ୍ଧି ହୋଇଛି। ଅନ୍ୟ ସଂସ୍ଥାଠାରୁ ଓମ୍ଫେଡ୍ କ୍ଷୀର ଦର ଯଥେଷ୍ଟ କମ୍ ରହିଛି। ଅଧ ଲିଟର ପିଛା ୨ ଟଙ୍କା ବଢ଼ିଛି, କ୍ୱାଲିଟିରେ କମ୍ପରମାଇଜ୍ ହୋଇନି।