ଦହିବରା ଖାଇ ଜଣେ ମୃତ, ବୁଲା ବିକାଳିଙ୍କୁ ବାରଣ

ବୁଲା ବିକାଳି ଖାଇବା ଜିନିଷ ନ ବିକିବାକୁ ବିଡିଓଙ୍କ ନିର୍ଦ୍ଦେଶ

ଯାଜପୁର, ୦୩/୦୫: ଦହିବରା ଖାଇ ଜଣେ ମୃତ ଓ ୫୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ଆକ୍ସନ ମୋଡ଼କୁ ଆସିଛି ଜିଲ୍ଲା ପ୍ରଶାସନ। ଦଶରଥପୁର ବ୍ଲକ୍‌ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ କରାଯାଇଛି। କୌଣସି ବୁଲା ବିକାଳି ଖାଇବା ଜିନିଷ ନ ବିକିବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି।

ଜୟନ୍ତରା, ଦଶରଥପୁର, ଇଜାପୁର, ଚମ୍ପେଇଇପାଳ ପଞ୍ଚାୟତରେ ବାରଣ କରାଯାଇଛି। ଜଣେ ଦହିବରା ବିକ୍ରି କରିଥିବା ବିକାଳିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।