ହିଜବୁଲ୍ଲାର ୧୨୦ଟି ଠିକଣାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍

ଭିତ୍ତିଭୂମିକୁ ଟାର୍ଗେଟ, ଅନେକ ଆଡ୍ଡା ଧ୍ୱଂସ

ବେରୁଟ, ୦୩/୦୫: ଇସ୍ରାଏଲ ସେନା (IDF) ହିଜବୁଲ୍ଲାର ପ୍ରାୟ ୧୨୦ଟି ଆଡ୍ଡା ଉପରେ ଲକ୍ଷ୍ୟ କରି ଜୋରଦାର ଆକ୍ରମଣ କରିଛନ୍ତି। ଆଇଡିଏଫର ଏୟାର ଷ୍ଟ୍ରାଇକ୍ ରେ ଦକ୍ଷିଣ ଲେବାନନରେ କାର୍ଯ୍ୟ କରୁଥିବା ହିଜବୁଲ୍ଲାର ଅନେକ ସଦସ୍ୟଙ୍କୁ ମଧ୍ୟ ନିହତ କରିଛି। ଏହି ଆକ୍ରମଣରେ ପ୍ରାୟ ୭୦ଟି ସାମରିକ ଢାଞ୍ଚା ଓ ୫୦ଟି ଅନ୍ୟାନ୍ୟ ସଂଗଠନ ଭିତ୍ତିଭୂମି ଧ୍ୱଂସ କରାଯାଇଛି। ଆକ୍ରମଣରେ ମୁଖ୍ୟାଳୟ, ଅସ୍ତ୍ର ଗୋଦାମ ଓ ଅନ୍ୟ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି।

IDF କହିଛି ଯେ ହିଜବୁଲ୍ଲା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ହିଜବୁଲ୍ଲା ରକେଟ ଓ ଡ୍ରୋନରେ ଆକ୍ରମଣ କରିଥିଲା, ଯାହାକୁ ଅଟକାଇ ଦିଆଯାଇଛି।

IDF ଓ ଅନ୍ୟ ସୁରକ୍ଷା ବାହିନୀ ୮୦ରୁ ଅଧିକ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ କିଛି ହମାସ ସମର୍ଥକ ମଧ୍ୟ ଅଛନ୍ତି। ବନ୍ଧୁକ, M16, M4 ସମେତ ପ୍ରାୟ ୨୦ଟି ଅସ୍ତ୍ରଶସ୍ତ୍ର, ଡ୍ରୋନ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।