ପୁଣି ଜୀବନ ନେଲା ଆମ ବସ୍

ବାଣୀବିହାର-ସତସଙ୍ଗ ବିହାର ରାସ୍ତାରେ ଭୟଙ୍କର ଦୁର୍ଘଟଣା

ଭୁବନେଶ୍ୱର, ୦୩/୦୫: ରାଜଧାନୀରେ ପୁଣି ଜୀବନ ନେଲା ଆମ ବସ୍। ବାଣୀବିହାର-ସତସଙ୍ଗ ବିହାର ରାସ୍ତାରେ ବାଇକ୍ ରେ ଯାଉଥିବା ବେଳେ ପଛ ପଟୁ ଧକ୍କା ଦେଲା ଆମ ବସ୍। ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ଉତ୍ତ୍ୟକ୍ତ ଲୋକେ ଏକାଧିକ ଆମ ବସ୍ କୁ ଅଟକାଇ କ୍ଷତିପୂରଣ ଦାବିରେ ଏନ୍ଏଚ୍ ରେ ଧାରଣା ଦେଇଥିଲେ। ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ହସ୍ତକ୍ଷେପ ପରେ ଧାରଣା ହଟିଥିଲା। ଏବେ ଆମ ବସ୍ ଚଳାଚଳ ସ୍ବାଭାବିକ ହୋଇଛି।