୯ରେ ବଙ୍ଗରେ ଶପଥ ଗ୍ରହଣ ଉତ୍ସବ

ମୁଖ୍ୟମନ୍ତ୍ରୀ ରେସରେ ୩ ନେତା

କୋଲକାତା, ୦୫/୦୫: ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ ନୂତନ ସରକାର ଗଠନ ପାଇଁ ଜୋରଦାର ପ୍ରସ୍ତୁତି। ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ମେ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।

ସେପଟେ କିଏ ଧରିବ ମଙ୍ଗ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ଥିବା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ରେସ୍ ରେ ସବୁଠୁ ଆଗରେ ଅଛନ୍ତି। ସେହିପରି ବରିଷ୍ଠ ନେତା ଦିଲୀପ ଘୋଷ, ସମିକ ଭାଟାଚାର୍ଯ୍ୟଙ୍କ ମଧ୍ୟ ରେସରେ ଅଛନ୍ତି।