ବସ୍ ରେ ଯା’ ଆସ କରିବେ ପରିବହନ ମନ୍ତ୍ରୀ

୩ଟି ଗାଡ଼ିରୁ ଗୋଟିଏ କାର ବ୍ୟବହାର କରିବେ

ଭୁବନେଶ୍ୱର, ୧୩/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ପରେ EV ଗାଡ଼ି ବ୍ୟବହାର କରିବାକୁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାବାସୀଙ୍କୁ ଅପିଲ୍ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ବୈଦ୍ୟୁତିକ ଯାନ ବହୁଳ ବ୍ୟବହାର ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ। EV ଗାଡ଼ି ସବ୍‌ସିଡି ଅବଧି ୨୦୨୮ ଯାଏଁ ବୃଦ୍ଧି କରାଯାଇଛି। ଆମର ଗୋଟିଏ ବାର୍ତ୍ତା ରହିଛି- `ତେଲ କମାନ୍ତୁ’। ଅଧିକ EV ଗାଡ଼ି ବ୍ୟବହାର କରନ୍ତୁ। ଏଣିକି ସରକାରୀ କାର୍ଯ୍ୟରେ ଗଲେ ୩ ପାଇଲଟ୍ ଗାଡ଼ି ମଧ୍ୟରୁ ଗୋଟିଏ ଗାଡ଼ିରେ ଯିବି। ଜରୁରୀ ନ ଥିଲେ ବସ୍‌ରେ ଯା’ ଆସ କରିବି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ

ସୂଚନାଯୋଗ୍ୟ, ପୂର୍ବରୁ ମନ୍ତ୍ରୀ ୩ଟି ସରକାରୀ ଗାଡ଼ି ବ୍ୟବହାର କରୁଥିଲେ।