କାରକେଡରେ‌ ଗାଡି ସଂଖ୍ୟା କମାଇଲେ ପ୍ରଧାନମନ୍ତ୍ରୀ ମୋଦି

ଅମିତ ଶାହଙ୍କ କନଭୟ ବି ଅଧା କମିଲା

ନୂଆଦିଲ୍ଲୀ, ୧୩/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଗାଡ଼ିର ବ୍ୟବହାର କମ୍ କରିବା ସହ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ବେଶୀ ଭରସା କରିବାକୁ ଆହ୍ୱାନ କରିବାର ଦୁଇ ଦିନ ପରେ ମୋଦୀ ନିଜେ Special Protection Group (SPG) କୁ ତାଙ୍କ କାରକେଡ (convoy/carcade) ର ଗାଡି ସଂଖ୍ୟା ୫୦% କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ବ୍ୟବହାର କମ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ କନଭୟ ଆକାର ଅଧା କମ କରିଛନ୍ତି।

ଏହା ବିଦେଶୀ ତୈଳ ସଙ୍କଟ (ଇରାନ-ଇସ୍ରାଏଲ ପରିସ୍ଥିତି ଯୋଗୁଁ) ଏବଂ ବିଦେଶୀ ମୁଦ୍ରା ସଞ୍ଚୟ ରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ।  ସୁରକ୍ଷା ନିୟମ (Blue Book) ଉପରେ କୌଣସି ଆପତ୍ତି ନଥିବା ସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି।

ସରକାରୀ ବିଭାଗଗୁଡ଼ିକରେ ମଧ୍ୟ କିଛି ନିୟମ ଲାଗୁ ହେବାର ପ୍ରସ୍ତୁତି ଚାଲିଛି — ଯଥା କାର୍ପୁଲିଙ୍ଗ୍, ମେଟ୍ରୋ/ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର, ଭର୍ଚୁଆଲ୍ ମିଟିଙ୍ଗ୍ ଇତ୍ୟାଦି। ଅନ୍ୟପଟେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ୍ ମନ୍ତ୍ରୀ ଓ ଅଧିକାରୀଙ୍କ ଅଫିସିଆଲ୍ ଗାଡି ଫ୍ଲିଟ୍ ୫୦% କମାଇଛନ୍ତି। ଅନ୍ୟାନ୍ୟ ରାଜ୍ୟ ଯେପରିକି ମଧ୍ୟପ୍ରଦେଶ, ଦିଲ୍ଲୀ ଇତ୍ୟାଦିରେ ମଧ୍ୟ ସମାନ ପଦକ୍ଷେପ ନେବା ଆରମ୍ଭ ହୋଇଛି।