ବାପା ସାଜିଲା ପିଶାଚ: ପୁଅକୁ ମାରି ପୋତିଦେଲା

ବାପା-ମାଆ ସମେତ ସ୍ତ୍ରୀକୁ ବି ଅଟକ ରଖିଛି ପୋଲିସ

ପାଲଲହଡ଼ା, ୧୩/୦୫: ବାପା ସାଜିଲା ପିଶାଚ; ପୁଅକୁ ହାଣି ମାଟିରେ ପୋତିଦେଲା। ମୃତ୍ୟୁର ୬ ଦିନ ପରେ ଧନିଆମୁଣ୍ଡା ଜଙ୍ଗଲରୁ ମୃତଦେହ ଠାବ କରିଛି ପୋଲିସ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ଅନୁଗୁଳର ରେଙ୍ଗାଳୀ ଥାନା କଣିହାଁ ବ୍ଲକ୍ ଅର୍କିଳ ଗାଁରେ।

ପାରବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ମୁତାବକ, ମୃତକଙ୍କ ଦ୍ୱିତୀୟ ବିବାହକୁ ନେଇ ଘରେ କଳହ ସୃଷ୍ଟି ହୋଇଥିଲା। ଯାହା ପରେ ବାପା ପୁଅକୁ ମାରି ଜଙ୍ଗଲରେ ପୋତି ଦେଇଥିବାର ସୁରାକ ମିଳିଛି। ବାପା ଓ ମାଆ ସହ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ଅଧିକ ପଚରାଉଚରା କରୁଛି।