ଭୁବନେଶ୍ୱର, ୧୩/୦୫: ରାଜଧାନୀରେ ଲଜ୍ଜା। ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଇନଫୋଭ୍ୟାଲି ଥାନାଞ୍ଚଳର ଘଟିଛି ଏଭଳି ଲଜ୍ଜାଜନକ ଘଟଣା।
ଭୁବନେଶ୍ୱରର ଇନଫୋ ଭ୍ୟାଲି ଥାନା ଅନ୍ତର୍ଗତ କାଇମାଟିଆ ଅଞ୍ଚଳର ଏକ ଘରୋଇ ହଷ୍ଟେଲରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଏବଂ ତାଙ୍କର ତିନି ଜଣ ବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ହେଉଛନ୍ତି ସିପୁନ ବେହେରା, ରଞ୍ଜନ ବେହେରା, ଶୁଭଙ୍କର ପାଢ଼ୀ ଓ ରତିକାନ୍ତ।
ପୀଡିତା ଇନଫୋ ଭ୍ୟାଲି ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଅଧିକ ପଚରାଉଚରା କରୁଛି।